ଅମର ଜନ୍ମ

(ମୃତ୍ୟୁ ପରେ ବି ଜୀବିତ)

ଅମର ଜନ୍ମ
ମଣିଷ ଜନମ ନିଜ ପାଇଁ ନୁହେଁ ସମାଜକୁ ହିତ ତା’ର, କରିଯାଅ କିଛି ଧରମ କରମ ରହିବ ତୁମେ ଅମର ଜୀବନ ଆମର ବଞ୍ଚିବାକୁ ନୁହେଁ ବଞ୍ଚେଇବା ଲକ୍ଷ୍ୟ ତା’ର, ନିଜେ ବଞ୍ଚିରହି ଅନ୍ୟକୁ ବଞ୍ଚାଅ ଜୀବନ ମୂଲ୍ୟ ସାକାର ଖୋଜିଲେ ନାହାଁନ୍ତି ସହିଦ୍ ଯବାନ୍ କିଛି କର ଅବା ମର, ବକ୍ଷରେ ତ୍ରିରଙ୍ଗା ଢାଙ୍କି ସେ ସମ୍ମାନେ ଦେଶ ଲାଗି ବୀରବର ସହିଦ୍ ଜୀବନ ବୀରତ୍ଵର ଗାଥା ଭୁଲିଛି ସେ ପରିବାର, ମାଟି ମା ପାଇଁ ଜୀବନ ଦେଇକି ତୋଳିଛି ହୃଦୟେ ଘର କ୍ରୋଧ ହିଂସା ଛାଡ଼ି ଭବିଷ୍ୟତ ଚିନ୍ତା ଦେଶ ପାଇଁ କିଛି କର, ଦେଶ ବଖାଣିବ ତୁମର ବୀରତ୍ଵ ତୁମେ ହିଁ ସନ୍ତାନ ତା’ର ଚ଼େଇଁ ଶୁଅ ନାହିଁ ଜାଗି ଉଠ ଭାଇ ଡ଼ାକୁଛି ମା ତୁମର, ଉଜ୍ୱଳ ଭବିଷ୍ୟ ଜଗତ ବିକାଶେ ଧରି ଚ଼ାଲ ମଙ୍ଗ ଭାର

What's Your Reaction?

like

dislike

love

funny

angry

sad

wow