ନୂଆଁଖାଇ ଆସୁଛେ।
ଧିରେ ଧିରେ ପାଦ ପକେଇ
କିଏ ଜନେ ଆସୁଛେ।
ସଫା ସଫା ଆକାଶ ତଲେ
ଚବା ଫୁଲ ଫୁଟୁଛେ।
ଗୁଡା କ୍ଷେତେ କାହିଁକାହିଁ
ସରିଆ ଧାନ ପାଚିଛେ
ନଏଦ୍ ନଲିଆ ବନ୍ଧ୍ ତଲିଆ
ଖୁଲ୍ ଖୁଲ୍ ପାନି ବହୁଛେ।
ଝିମ ଝୁରି ଦଲ୍ କେ ଧରି
ଖୁସି ମନେ ପହଁରୁଛେ।
କଇଁ ପଦ୍ମ ବନ୍ଧ୍ ମୁଡାନେ
ବାରି ଜହ୍ନିଫୁଲ୍ ଫୁଟିଛେ।
କଦମ୍ ଫୁଲ କାହି, କାହିଁ
କେଶର ଫୁର୍ଲାଇ ଦେଇଛେ।
ଏନ୍ତା ବେଲେ ସମିଆଁ ଦେଖି
ଗଣେଶ ପୂଜା ଆସିଛେ।
ଗଣେଶ ଚତୁର୍ଥୀ ବାସିିଦିନ
ନୂଆଁଖାଇ ପଡୁଛେ।
ଗାଁଘର୍ ଚାରିକତି
ଲିପା ପୁତା ସରିଛେ।
ସବୁ ଦରବ ହାଟ୍ ବଜାରୁ
କିନା ହେଇ ଆସିଛେ।
ନୂଆ କପଡା ପୂଜାସାମାନ୍
ନୂଆ ହାଣି ଆସିଛେ।
ନୂଆଁ ଚାଉଲ୍ ଗୁରସ୍ ଖିର୍ସା
ଖୁଆ ନଡିଆ ମିଶିଛେ।
ଆରିସା ସୁଆଲି ମଣା ଆଉ
ଖିରି ପୁରି ବନିଛେ।
ଗାଏ ବଲଦ୍ ପୂଜା ଲାଗି
ରାଖି କିନା ସରିଛେ।
ହଲ୍ ନଙ୍ଗଲ୍ ପୂଜା ହେବା
ଗୁରସ୍ ଲାଗବା କ୍ଷେତେ
ଲକ୍ଷୀ ମାଁ କେ ଗୁହାରି କର୍ବେ
ଫଲ୍ବା ଯାହାକେ ଯେତେ।
ନୂଆଁ ଚାଉଲ୍ ପାଗ୍ କରି
ସମଲେଇ ମାଁ ଆଗେ
ପହେଲା ଚଢାଇ ପରିବାର ସାରା
ଖାଏବେ ଏକା ସଙ୍ଗେ।
ପହେଲା ଚାଉଲ କପାଲେ ନେଇ
ଟିକାଟେ ଲଗାବେ।
ମନେ ମନେ ସମଲେଇ ସୁମରି
ନୂଆଁ ଚାଉଲ୍ ଚାବ୍ ବେ।
ବରଷ୍ ସାରା ମିଲୁଥିବୁ
ଅଭାବ ନାଇଁ ହେବୁ।
ମିଲି ଜୁଲି ରହିଥିମୁଁ
ଆଶିଷ ଦେଉଥିବୁ।
ଭାଇବନ୍ଧୁ ମିତ ମଏତର୍
ଯିଏ ଯେନେ ଥିଲେ
ନୂଆଁଖାଇ କେ ଘରେ ଫିର୍ସନ
ଏକା ଛପର୍ ତଲେ।
ମିଲିମିଶି ପରବ୍ ପାଲ୍ ସନ୍
ନୂଆଁଖାଇ ଜୁହାର୍ କହି।
ସାନ୍ ମାନ୍ କେ ଚୁମାଚଟା
ଆଶିର୍ବାଦ ଟେ ଦେଇ।
ଖୁସି ମଜା ନାଚ୍ ଗୀତ
କବିତା ଆସର୍ କରି
ଭୁଜିଭାତ କର୍ ସନ୍ ମିଶି
ଶତ୍ରୁତା କେ ପାସ୍ରି।
ନୂଆଁଖାଇ ଶିଘା ତିହାର୍
ପଶ୍ଚିମ୍ ଓଡିଶାର ଜାନ୍।
ଯିଏ ଯେତେ ଦୂରେ ଥିଲେ
ହେସତ୍ ଗୁଟେ ଠାନ୍।
ମିଲା ଜୁଲା ଭେଟ୍ ଘାଟ୍
ଆସର ଜମାଇଁ।
ସଂସ୍କୃତି କେ ବାନ୍ଧି ଦେସନ୍
ଆଉଟିକେ ଗଁଠାଇ।
ନୂଆଁଖାଇ ଜୁହାର ନୂଆଁଖାଇ ଜୁହାର୍
କହି କହିକରି
ପୁଟ୍ଲା ପୁଟ୍ଲି ଚୁମା ଚଟା
ହେସନ୍ ମନ୍ ଭରି।