ଗଙ୍ଗାଧର ମେହେର
ଗଙ୍ଗାଧର ମେହେରଙ୍କ ଉପରେ ମୋର କବିତା ...
ପଙ୍କର ଭିତରୁ କମଳସଦୃଶ୍ୟ
କବି ଗଙ୍ଗାଧର ହେଇଲ ଜନ୍ମ।
ଯେତେଦିନଯାଏ ଜନଜାତି ଥିବ
ସ୍ମରଣ କରିବେ ତୁମରନାମ।
ଧୃବତାରା ହେଇ ସାହିତ୍ୟ ଗଗନେ
ଝଲସୁ ଥିବ ହେ ଜାଜୁଲ୍ୟମାନ।
ସାହିତ୍ୟ ଆକାଶେ ଲଲାଟ ଚନ୍ଦନ
ଭାରତୀ ପୁତ୍ରହେ ଯୋଗ୍ୟ ସନ୍ତାନ।
ପ୍ରଜ୍ଞାନ ଗୁଣରେ ସଦା ଦିପ୍ତିମନ୍ତ
ବିଭୁ ଚିନ୍ତନରେ ତୁମରି ପ୍ରାଣ।
ବିନୟୀ ସ୍ବଭାବ ସରଳ ବେଭାର
ଅଭାବେ ସୁଦୃଢ ଯାର ଜୀବନ।
ଶ୍ରାବଣ ପୂର୍ଣିମା ଝଡି ବରଷାରେ
ଗଙ୍ଗାଧାର ସଂଗେ ଯା ଆଗମନ।
ଚୈତନ୍ୟ ଔରଷେ ସେବତୀ କୋଳରେ
ଆସି କରିଥିଲ କୁଳମଣ୍ଡନ।
ବରପାଲି ଗ୍ରାମ ପବିତ୍ର ହୋଇଲା
ଜ୍ଞାନ ତୀର୍ଥହେଲା ଅଜ୍ଞାତ ସ୍ଥାନ।
ଯୁଗଯୁଗ ପାଇଁ ପ୍ରସିଦ୍ଧି ପାଇଲା
ଧୂଳିମାଟିର ବି ବଢିଲା ମାନ।
ଯୁଗଦ୍ରଷ୍ଟା ହୋଇ ସାହିତ୍ୟ ଗଗନେ
ବୁଣିଦେଲ ଯେଉଁ ଜ୍ଞାନର ଜ୍ୟୋତି।
ତିମିର ବିନାଶି ପଶ୍ଚିମ ଓଡିଶା
ପ୍ରସିଦ୍ଧି ପାଇଲା ଓଡିଆ ଜାତି।
ରଙ୍ଗାଜୀବ ତୁମେ କବି ଗଙ୍ଗାଧର
ଭାଷା ସାହିତ୍ୟର ହେ ଯୁଗଦ୍ରଷ୍ଟା।
ଓଡିଆ ଭାଷାର କର୍ଣଧାର ସାଜି
ହସ୍ତାକ୍ଷର କଲ ସାହିତ୍ୟ ପୃଷ୍ଠା।
ଅଳ୍ପଶିକ୍ଷାନେଇ ଯାହା ଦେଖାଇଲ
ବୁଝିଲା ଜଗତ ଜାଣିଲା ମାନ।
ଉଚ୍ଚଶିକ୍ଷା ନୁହେଁ ଭାଷାମାନଦଣ୍ଡ
ଏକଥା ସାକ୍ଷାତ ଦେଲ ପ୍ରମାଣ।
ଅଭାବ ଭିତରେ ବିଶ୍ବ ମଧୁମୟ
ଅନୁଭବି ଯିଏ କରଇ ଗାନ।
ଋଷି ପ୍ରତିମହେ ଭାଷା ଭଗିରଥ
ଅର୍ଣବ ସମାନ ତୁମରିଗୁଣ।
ଋଦ୍ଧିମନ୍ତ ଭାଷା ଛନ୍ଦ ଅଳଙ୍କାର
ଉତ୍ତମ ଶବ୍ଦର କରିଚୟନ।
ପୁଷ୍ପମାଲ୍ୟ ରୁପେ ତିଆରିଗଲହେ
ଜ୍ଞାନର ସଉଧ କରି ନିର୍ମାଣ।
ଶବ୍ଦ କାରିଗର ଭାବର ନିର୍ଝର
ପ୍ରାଣବନ୍ତ କରେ ତୁମ ଲିଖନ।
ପ୍ରକୃତିର ଜୀବ ସଜୀବ ନିର୍ଜୀବ
ଦୁଃଖରେ ପ୍ଲାବୁତ ହୁଅନ୍ତି ମନ।
କାବ୍ୟ ତପସ୍ବିନୀ ତୁମର ନନ୍ଦିନୀ
ସୀତାଙ୍କ ଗାରିମା କରିଚିତ୍ରଣ।
ସ୍ବାମୀ ଭକ୍ତିସଂଗେ କର୍ତ୍ତବ୍ୟ ପାଳନ
ପ୍ରଜାନୁରଞ୍ଜନ କଲ ପ୍ରମାଣ।
ସଜୀବ ହେଇଛି ନିର୍ଜୀବ ପ୍ରକୃତି
ଖଡ୍ଗ ହସ୍ତାର ଦେଇଛ ବର୍ଣନ।
କେବେ ନିସ୍ତବ୍ଦ ନିଥର ପାଲଟି ଯାଇଛି
ଶୁଣିଛି ଯେବେ ସେ ମାତା କ୍ରନ୍ଦନ।
ଜନନୀର ସ୍ନେହ ଜାୟାର ପ୍ରଣୟ
ବନ୍ଧୁତାର ମାନ କରିଛ ଗାନ।
ଆଦର୍ଶର ମନ୍ତ୍ର ପ୍ରଚାର କରିଛ
ଭେଦିଛ ହୃଦୟ ସବୁରି ମନ।
ଶାନ୍ତା ପତ୍ନୀ ନେଇ ଚାରି ସନ୍ତାନରେ
ସୁଖପ୍ରଦଥିଲା ତୁମ ଜୀବନ।
ଦୁଇ କନ୍ୟାସଂଗେ ଦୁଇ ପୁତ୍ରଦେଇ
ପତ୍ନୀ ଚାଲିଗଲେ ଯମ ଭୂବନ।
ବିରହ ଜର୍ଜରିତ ତୁମରି ଅନ୍ତର
ବିରହର ଅଶ୍ରୁ ବହେ ଝରଣ।
ଦୁଃଖକୁ ସାଉଁଟି ତପସ୍ବିନୀ ନାମେ
ବିରହ ବେଦନା କଲ ବର୍ଣନ।
ଚମ୍ପା ଆସିଲେ ଦ୍ବିତୀୟା ପତ୍ନୀ ହେଇ
ପରିବାର କଲେ ପ୍ରତିପାଳନ।
ବିମୁଖ ହୋଇଲ ସଂସାର ଜଞ୍ଜାଳୁ
ସଧିରେ ଧରିଲ ଲେଖନୀ ମୁନ।
ଝରଝର ହୋଇ ଭାବନା ପ୍ରପାତ
କଲମରେ ତୁମ କଲ ଚିତ୍ରଣ।
ଲକ୍ଷ୍ମୀଙ୍କ ସପତ୍ନୀ ହେବାରୁ ବରଦା
ସଖା ହୋଇଥିଲା ଦାରିଦ୍ର ତମ।
ସ୍ଥିତପ୍ରଜ୍ଞ ଥିଲ ନିଜ କର୍ତ୍ତବ୍ୟରେ
ସାଧନାରୁ ହେଇନ ବ୍ୟତିକ୍ରମ।
ଏକଏକ କଲ କାବ୍ୟର ଲିଖନ
କାବ୍ୟର କୋଣାର୍କ କଲ ନିର୍ମାଣ।
ତାହାରି ପ୍ରଭାରେ ଦୀପ୍ତିମନ୍ତ କଲ
ପୁଷ୍ଟକଲ ସାହିତ୍ୟର କାନନ।
ପ୍ରଣୟବଲ୍ଲରୀ ଇନ୍ଦୁମତୀ କାବ୍ୟ
ତବସ୍ବନୀ ସଂଗେ କୀଚକ ବଧ।
ଅହଲ୍ୟାସ୍ତବକ ଉତ୍କଳଲକ୍ଷ୍ମୀ
କବିତାକଲ୍ଲୋଳ କାବ୍ୟ ସଉଧ।
ରସରତ୍ନାକର କବିତାମାଳା ସଂଗେ
ମଧୁମୟ ଭକ୍ତିର ଅର୍ଘ୍ୟଥାଳି।
କୃଷକସଂଗିତ ଉତ୍କଳଲକ୍ଷ୍ମୀ ଙ୍କ
ପୂଜାକୁ ଗଢିଲ କାବ୍ୟର ମାଳି।
ଭାଷା ସମୁଦ୍ରରୁ ସାଉଁଟି ମୁକୁତା
ସଜାଇ ଦେଲହେ ଭାଷା ବିଭବ।
ଜ୍ଞାନାର୍ଣବ ଆମ ସୁଦୃଢ କରିଲ
ପୂଜନୀୟ କବି ଜାତି ଗୌରବ।
ଘେନ ଶ୍ରଦ୍ଧାଞ୍ଜଳି ହୃଦୟୁ ମୋହର
ସମକକ୍ଷ ନୁହେଁ ରେଣୁ ମାତର।
ତୁମର ଆଶିଷ ଢାଳିଦିଅ ବାରେ
ଜ୍ଞାନର ଉଦୟ ହେଉ ମୋହର।