ଆମ ସମାଜ
ସାରା ସଂସାର ହିଁ ଆମ ପରିବାର
ଆଧୁନିକ ଦୁନିଆର ଜ୍ଞାନଧାରୀ ଜନେ,
ଦିଅନାହିଁ ଦୁଃଖ,କଷ୍ଟ କେବେ କାହା ମନେ
ଭାଙ୍ଗିଗଲେ ମନ ଥରେ ଯୋଡି଼ବା ସେ କଷ୍ଟ ,
ଯୋଡି଼ଲେ ବି ଭାଙ୍ଗିଯାଏ ବିଫଳ ପ୍ରଚେଷ୍ଟ
ବଦଳୁଛି ଚ଼ିନ୍ତାଧାରା ଆଜିର ସମାଜେ,
ଲାଗେ ଦାଗ ଚ଼ରିତ୍ରରେ ଲିଭେନା ସହଜେ
ସକଳ ସୃଷ୍ଟିରେ ତୁମେ ସବୁଠାରୁ ଶ୍ରେଷ୍ଠ ,
ଚ଼ରିତ୍ର ହିଁ ପରିଚ଼ୟ ଜୀବନତ ନିଷ୍ଠ
ପ୍ରେମ ମନେ ବାନ୍ଧିରଖ ପ୍ରକୃତି ଆମର ,
ହସରେ ବି ଲୁହ ଝରେ ଖୁସି ଆନନ୍ଦର
ଭଲପାଅ ପଶୁ ପକ୍ଷୀ ବୁଝ ତାଙ୍କ ମନ,
ଭୁଲନି ହେ ତାଙ୍କୁ କେବେ ତାଙ୍କ ବଳିଦାନ
ମାନବିକତାରେ ଅଛି ଜୀବନର ମୂଲ୍ୟ ,
ହଜିଗଲେ ମୂଲ୍ୟବୋଧ ପ୍ରାୟ ପଶୁତୁଲ୍ୟ
କର ନାହିଁ ବେଶୀ ଲୋଭ ନୁହେଁ କେ ନିଜର,
ଜୀବନ ବି ଦିଏ ଧୋକା ହୁଏ ସାତପର
ସ୍ୱାର୍ଥ ଆଗେ ସବୁ ଭାଙ୍ଗେ ଭାଙ୍ଗେବି ସମାଜ,
ଅବିଶ୍ୱାସ ଜାଳି ଦିଏ ମନର କାଗଜ
ଅର୍ଥେ ନାହିଁ ସବୁ ଖୁସି ଅର୍ଥ ନୁହେଁ ସାର ,
ଅର୍ଥ ଲୋଭେ ଭାଙ୍ଗିଯାଏ ସୁଖର ସଂସାର
ବଦଳାଅ ଜୀବନକୁ ନଲାଗୁ କଳଙ୍କ,
ସେ କଳଙ୍କେ କଳଙ୍କିତ ସୁନାର ପଲଙ୍କ
ନକର ହେ ଘୃଣାଭାବ କେବେ କାହା ମନେ,
କିଏ ଜାଣେ କେବେ ଯିବ ଏ ଜୀବନ ଦିନେ
ଏ ସଂସାର ପରିବାର ଆମର ସୁରକ୍ଷା ,
ଢାଲ ସାଜି ସମାଜକୁ କର ପ୍ରତିରକ୍ଷା
ବଦଳୁଏ ସଂକୀର୍ଣ୍ଣତା ବଦଳୁ ଏ ମନ,
ହସି ଉଠୁ ଏ ସମାଜ ଜୀବନ ହେ ଧନ୍ୟ