ଗାନ୍ଧୀ ଜୟନ୍ତୀ

ଗାନ୍ଧୀ ଜୟନ୍ତୀ
ଭାରତର ପୂଜ୍ୟପିତା ପ୍ରଣାମ କରେ ଜନତା ଏକଶତ ପଞ୍ଚଦଶ ବର୍ଷ ଆଗତ। ଜନ୍ମ ଦିନରେ ତୁମର ଭକ୍ତି ପୁଷ୍ପ ଘେନାକର ଶ୍ରଦ୍ଧା ପ୍ରଣାମ ଗ୍ରହଣ କର ଶତଶତ। ସରଳ ନିରାଡମ୍ବର ସତ୍ୟ ଅହିଂସା ସଂସ୍କାର ସ୍ବଚ୍ଛତାର ମୂଳମନ୍ତ୍ର କରି ପାଳନ। ଦୁଇଖଣ୍ଡ ଖଦିବସ୍ତ୍ର ଧାରଣ କରି ସର୍ବତ୍ର ଅହିଂସାର ପଥେ କରି ଦେଲ ସ୍ବାଧିନ। ଚିରଋଣୀ ଭାରତବାସୀ ତୁମରି ନୀତି ନୀୟମ ସର୍ବେ ପ୍ରସଂଶି। ସାବରମତିର ସନ୍ଥ ଗଜୁରାଟର ସୁପୁତ୍ର କାବା ପୁତୁଲିବାଈଙ୍କ ଯୋଗ୍ୟ ସନ୍ତାନ। କରିଥିଲେ କେଉଁପୁଣ୍ୟ ପାଇଲେ ଯୋଗ୍ୟ ସନ୍ତାନ ଜଗତର ହିତେ ଯିଏ ଦେଲା ଜୀବନ। ଅହିଂସାର ରାସ୍ତାରେ ରହି ଇଂରେଜ ଶାସନକଳ ଦେଲା ଦୋହଲାଇ। ଇଂରେଜଙ୍କ ଅତ୍ୟାଚାର କଷ୍ଟରୁ ଦେଲା ନିସ୍ତାର ବନ୍ଦିଘରେ ରହି ସହି ଲାଠି ପ୍ରହାର। ଦକ୍ଷିଣ ଆଫ୍ରିକା ଯାଇ ଦାସତ୍ବ ପ୍ରଥା ଉଠାଇ ଶାନ୍ତି ପ୍ରତିଷ୍ଟା କରିଲ ସଂଗ୍ରାମୀ ବୀର। ସ୍ବଚ୍ଛ ଭାରତ ଗଠନ ଥିଲା ତୁମର ଉଦ୍ୟମ କୃଷିର ଉନ୍ନତି ନାରୀ ସ୍ବତନ୍ତ୍ରତା ପ୍ରଦାନ। ରାମ ରାଜ୍ୟର ସଂକଳ୍ପ ସ୍ବପ୍ନ ତ ଥିଲା ଅନେକ ପୂରଣ ହେଲାନି ଚାଲିଗଲା ଜୀବନ। ଆସିଅଛି ମୋଦୀ ଶାସନ ଧିରେ ଧିରେ ତୁମ ଲକ୍ଷ ହୁଏ ପୂରଣ। କରି ପ୍ଲାଷ୍ଟିକ ର ବର୍ଜନ ପାଇଖାନାର ନିର୍ମାଣ ଭାରତ ବି ସ୍ବଚ୍ଛତାର କରେ ଯତନ। ଭାରତୀୟ ନାରୀ ଉଠି ଚନ୍ଦ୍ରଯାନ କରି ସୃଷ୍ଟି ଗଢିଲାଣି ନିଜପାଇଁ ସ୍ବତନ୍ତ୍ରସ୍ଥାନ। ଉନ୍ନତ ଗ୍ରାମ୍ୟ ଜୀବନ ଶିକ୍ଷା କୃଷି ଅନୁଦାନ ସହଯୋଗ ଦେଉଅଛି ଏବେ ଶାସନ। ଉନ୍ନତିରେ ଅଗ୍ରଗତି ଆଜି ଭାରତ ସଂସ୍କୃତି ତଥାପି ନାରୀ ବଳତ୍କାର ପ୍ରତ୍ୟେକ ଦିନ। ହେଲେ ଏହାର ନିଦାନ ହେବ ସ୍ବପ୍ନର ପୂରଣ ଗାନ୍ଧିଜୀଙ୍କ ଆତ୍ମା ଶାନ୍ତି ହେବ ସେ ଦିନ। ନଗଡାର ଶିଶୁ ହସିବ ଶିକ୍ଷା ଭୋକର ଅଭାବ ଆଉ ନ ଥିବ। ଜାତୀୟପିତା ବାପୁଜୀ ନାମରେ ସ୍ବତନ୍ତ୍ରତାର ସୈନିକ। ଦୁଇଖଣ୍ଡ ଖଦି ବସ୍ତ୍ର ଯାହାର ସତ୍ୟ ଅହିଂସା ବାହକ। ଅହିଂସାର ପଥେ ଫେରାଇ ଆଣିଲ ଭାରତର ସ୍ବାଧିନତା। ଜେଲଦଣ୍ଡ ସହି ଲାଠି ମାଡଖାଇ ନଇଁଲନି କେବେ ମଥା। ଦକ୍ଷିଣ ଆଫ୍ରିକା କ୍ରୀତଦାସ ପ୍ରଥା ଉଚ୍ଛେଦନ ଅଭିପ୍ରାୟ। ସାର୍ଥକ କରିଲ ଉଦ୍ୟମ ତୁମର ଶେଷରେ ହୋଇ ବିଜୟ। ସ୍ବଚ୍ଛ ଅହିଂସା ସ୍ବଚ୍ଛତାର ପୂଜାରୀ ସରଳ ନୀରାଡମ୍ବର। ନାରୀଶିକ୍ଷା ଆଉ ନାରୀ ସ୍ବତନ୍ତ୍ରତା ପ୍ରଚେଷ୍ଟା ଥିଲା ତୁମର। ଗ୍ରାମ୍ୟ ଉନ୍ନତି କୃଷିର ଉନ୍ନତି କାହାରି ନ ଥିବ ଭୋକ। ସ୍ବତନ୍ତ୍ରତା ବଦଳେ ସ୍ବଚ୍ଛ ଭାରତ ସେଥିଲା ତାଙ୍କର ଲକ୍ଷ। ପୁରୁଷର ପାଦେ ପାଦ ମିଳାଇ ଗଢିଲାଣି ନିଜ ଭାଗ୍ୟ। ନାରୀ ବଳତ୍କାର ନାରୀ ଅତ୍ୟାଚାର ଯେବେ ହେବ ମୂଳପୋଛ। ଗାନ୍ଧିଙ୍କର ସ୍ବପ୍ନ ସାର୍ଥକ ହୋଇବ ହସିବ ସୁନା ଭାରତ।

What's Your Reaction?

like

dislike

love

funny

angry

sad

wow