ହୋଲି

ହୋଲି
ବରଷେ ପରେ ରେ ଆସିଛି ହୋଲି ରଂଗ ଅବୀର ର ପସରା ଧରି। ସାଙ୍ଗ ସାଥୀ ଭାଇଭଉଣୀ ମିଳି ଭୁଲି ଧର୍ମ ଜାତି ହାତଧରାଧରି ପାଳିବା ଆସରେ ସଭିଏଁ ହୋଲି ପରସ୍ପର ଦେହେଁ ରଙ୍ଗ ଦେବାବୋଳି। ଭୁଲିଯିବା ସବୁ ଇର୍ଷା ହଙ୍କାର ହୋଲିପର୍ବ ସ୍ନେହ ଭାଇଚାରାର। ମିଷ୍ଟାନ୍ନ ବାଣ୍ଟିବା ସର୍ବତ ଘୋଲି। ମିଳିମିଶି ଆସ ଖେଳିବା ହୋଲି। ଚାରିଆଡେ ଏବେ ଦିଶେ ସୁନ୍ଦର ବୃକ୍ଷେ ପଲ୍ଲବିତ ନୂଆପତର। ବଉଳ କଷିରେ ଖେଳଇ ଦୋଳି। ଶିମୁଳି ପଳାସ ଦିଶଇ ନାଲି ଗିରେଲ୍ ଫୁଲ ଧରି ଗୋଲାପି ତୂଳି କୁରେଇଁ କୁରୁଲୁ ଧାତୁଙ୍ଗ ନାଲି। ସୁନାରି ଫୁଲ ତା ଝାଲର ଖୋଲି ମନ୍ଦ ମଳୟର ସୁବାସ ବୋଳି। ଆସିଅଛି ଏବେ ପରବ ହୋଲି। ରାଧାକୃଷ୍ଣଙ୍କର ପ୍ରେମ ସରାଗ ହୋଲି ଗାଉଥାଏ ପ୍ରେମର ରାଗ। ପବିତ୍ରତାର ସେ ପରଶ ଧରି। ମିଶିବା ଆସ ଖିର ନୀର ପରି। ରାଗରୁଷା ଯାକ ଦେଇ ପାଶୋରି ଖେଳିବା ଫଗୁ ରଙ୍ଗ ପିଚକାରି। ବସନ୍ତ ଆଣିଛି ନୂଆଁ ପରଶ ମଳୟ ହିଲ୍ଲୋଳ ବଉଳବାସ। ସଭିଙ୍କ ମନରେ ଉତ୍ତାଳ ତୋଳି ହୋଲି ଖେଳି ଦୁଃଖ ଯିବାରେ ଭୁଲି।

What's Your Reaction?

like

dislike

love

funny

angry

sad

wow