ମୋ ପିଲାଦିନ

(ଯାହା ମୁଁ ହଜେଇ ଦେଇଛି ସମୟ ସୁଅରେ)

ମୋ ପିଲାଦିନ
ମୋ ପିଲାଦିନ
ନିରୋଳା ରାତିର ଉଦାସ ମନ, ମନେ ପଡ଼େ ଆଜି ମୋ ପିଲାଦିନ ମାଟିରୁ ଆକାଶ ମାପି ହୁଏନା, ପିଲାଦିନ ଆଉ କେବେ ଆସେନା ପିଲାଦିନ ଭୁଲ୍ ସବୁଠି କ୍ଷମା, ଯେତେ ମାଡ଼ ଗାଳି କାଟେନି ଜମା ଆମ୍ବ ,କେନ୍ଦୁ,କୋଳି ଓ ବରଗଛ, ସହରର ପାର୍କ ତା ଆଗେ ତୁଚ୍ଛ ଦୋଳି ଲୁଚ଼କାଳି ବାଗୁଡ଼ି ଖେଳ, ନାହିଁ ପାଖେ ଆଜି ସେ ସାଙ୍ଗମେଳ ପରୀରାଇଜର ସେ ରାଜା ରାଣୀ, ଭାବନାରେ ଆସେ କେତେ କାହାଣୀ ହଜିଗଲା ଆଜି ମିଠା ସମୟ, ପଡ଼ିଗଲେ ମନେ ଲାଗେ ଅଥୟ ହଜେଇ ଦେଇଛି ବାଳୁତ ଖୁସି, ମନେ ପଡ଼େ ଯେବେ ଭାବେ ମୁଁ ବସି ମନ ଭାବନାରେ ଓଠରେ ହସ, ବୟସର ନୁହେଁ ସମୟ ଦୋଷ ଦିନର ସୂରୁଜ ଜହ୍ନର ରାତି, ଦିନ ପରେ ଦିନ ଯାଇଛି ବିତି ପିଲାଦିନ ଖୁସି ଯାଇଛି ପାହି, ମୋ ପିଲାଦିନକୁ ବୁଝେନା କେହି ଏ ଜୀବନ ଆଜି ଦେଖେ ସପନ, ଆସିବକି ଫେରି ମୋ ପିଲାଦିନ ଗଡୁଛି ସମୟ ଦିବସ ମାସ, ଫେରିବ ଅତୀତ ନାହିଁ ବିଶ୍ୱାସ ଫେରିବାକୁ ମନ ମାଗେ ମଞ୍ଜୁରୀ, ସମୟ କହେ ମୁଁ ପାରେନା ଫେରି

What's Your Reaction?

like

dislike

love

funny

angry

sad

wow