ଜନ ସମ୍ମାନ

କରୋନା ଯୋଦ୍ଧାଙ୍କ ପାଇଁ ପଦେ ------

ଜନ ସମ୍ମାନ
ବଦଳି ଯାଇଛି ଆଜିର ସମୟ ବଦଳିଛି ଆଜି ଦିନ ରାତି, ବଦଳି ଯାଇଛି ବିଶ୍ୱର ରୂପ ବଦଳିଛି ପୁଣି ପରିସ୍ଥିତି ମନେ ନାହିଁ ଆଜି ଜାତି ଭେଦଭାବ ମନେ ନାହିଁ କିଛି ଦଳ ରାଜନୀତି, ମନେ ଅଛି ଖାଲି ଜୀବନ ସୁରକ୍ଷା ମନରେ ରହିଛି ସେବା ମନବୃଦ୍ଧି ଭୁଲିଛି ମା' ଟେ ଶିଶୁର ଭୋକ ଭୁଲିଛି ସେ ସବୁ ଖରା ତାତି, ଭୁଲିନି ଡାକ୍ତରୀ ସେବାକୁ ତା'ର ଭୁଲିନି ଦେଶର ନାରୀଶକ୍ତି ଖୋଜୁଛି ଛୁଆଟେ ବାପାକୁ ତା' ର ଖୋଜୁଛି ଘରଣୀ ଜୀବନସାଥୀ, ଖୋଜୁଛି ପୋଲିସ୍ ସୁରକ୍ଷା ଆଜି ଖୋଜେ କର୍ତ୍ତବ୍ୟକୁ କରି ସେ ଭକ୍ତି ପରିବେଶ ପ୍ରତି ମମତା ଯାର ପରିବେଶକୁ ସେ ଛାଡ଼େ କେମିତି, ପରିବାରକୁ ସେ ପର କରି ଆଜି ପରିବେଶ ପାଇଁ ଲଢ଼େ ସେ ନୀତି ଜନ ଧନ ଲାଗି ଦେଇ ଜୀବନ ଜନ ପାଇଁ ଯିଏ କରେ ପ୍ରଗତି, ଜନସାଧାରଣ ଦିଏ ସମ୍ମାନ ଜନତା କରଇ ହୃଦରେ ପ୍ରୀତି

What's Your Reaction?

like

dislike

love

funny

angry

sad

wow