ନବବର୍ଷ

ନବବର୍ଷ
କୁହୁଡିର ଚାଦର ଘୋଡେଇ କନ୍କନି ଜାଡର ପ୍ରଲେପ ମାଖି ଓହ୍ଲାଇ ଆସୁଛି ନବବର୍ଷ। ସଭିଙ୍କ ମନରେ ଅସଂଖ୍ୟ ଆଶା ଆକାଂକ୍ଷାର ଝୁଲିମୁଣା ଭିତରେ ପରସି ଦେଉ ସାନ୍ତାର ଉଦାରତା ନେଇ ଖୁସି ଆଉ ପ୍ରାଚୁର୍ଯ୍ୟର ଫୁଲ। ଖେଳିଯାଉ ଭାଇଚାରା ଭାତୃଭାବର ମନ୍ତଟିଏ। ଭେଦିଯାଉ ଅନ୍ତରୁ ଅନ୍ତର। ହିନ୍ଦୁ ମୁସଲ୍ମାନ ଜୈନ ଖ୍ରୀଷ୍ଟିଆନ ଏକତ୍ରିତ ଏକନିଷ୍ଟ ହୋଇ କରିଯାନ୍ତୁ ଦେଶ ମାତୃକାର ସେବା। ବିଭେଦତାର ଯେତେ ପ୍ରାଚୀର ଉଠିଛି ଧରାଶାୟି ହୋଇ ଲୋଟିପଡୁ ଗଢିଉଠୁ ସେଠି ଏକ ନୂତନ କିଆରୀ। ଯେଉଁଠି ପ୍ରସ୍ଫୁଟିତ ହେଉଥାଉ ଖାଲି ପ୍ରେମ ବନ୍ଧୁତାର ପୁଷ୍ପ। ଆଉ ବିତରୁଥାଉ ହର୍ଷ ଉଲ୍ଲାସର ବାସ୍ନା। ଜହ୍ଲାଦ ବଳତ୍କାରିଙ୍କ ଅପରେସନ ହେଉ ସାଫ ହେଉ ଅନ୍ତରରୁ ସମସ୍ତ କଳୁଷତା। ନାରୀବି ବଞ୍ଚିପାରୁ ନିର୍ଭୟରେ ସୁନ୍ଦର ଜୀବନ। ପ୍ରତିମନେ ସୃଷ୍ଟି ହେଉ ଶାନ୍ତିର ବାରତା। ଦଳିତ ନିସ୍ପେସିତ ନ ରହନ୍ତୁ କେହି ବିକାଶର ଶୀର୍ଷ ଛୁଉ ଭାରତର ପ୍ରତିଟି ଜନତା।

What's Your Reaction?

like

dislike

love

funny

angry

sad

wow