ନୂଆଁଖାଇ କାହାନୀ
ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ। ଏହି ଦିନରେ ନୂଆଁ ଚାଉଳ ଏକାଠି ସେବନ କରନ୍ତି ପଶ୍ଚିମ ଓଡିଶାବାସୀ (ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା, ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର, ...)। ନୂଆଁଖାଇ କାହାନୀ ଉପରେ ମୋର କବିତା ...
ନୂଆଁଖାଇ ତିହାର୍ କେବେ ଆରମ୍ଭ ହେଲା
ଇତିହାସ ନାଇଁଜାନି।
ବଲରାମ ଦେବ ପହେଲା କରିଥିଲେ
ଏନ୍ତା ତ ଗୁଟେ କାହାନୀ।
ବଲରାମ ଦେବ ସ୍ବପ୍ନାଦେଶ ପାଇ
ସମଲେଇ ମାଁ ଠାବ୍ କଲେ।
ମହାନଦୀ କୂଲେ ସେମେଲ୍ ଗଛ୍ ତଲେ
ମା ଆସ୍ଥାନ ବାଛିଥିଲେ।
ଲାଲ୍ ଜର୍ ଜର୍ ସିନ୍ଦୁର ପାଟ୍ ପିନ୍ଧି
ଜକ୍ ଜକ୍ ଦିଶୁଥିଲେ।
ରଜା ଦେଖିକରି ପରନ୍ ପଡି କରି
ପୂଜାବିଧି ପୁଛା କଲେ।
ରଜା କହେଲେ ତୋର୍ ପୂଜାବିଧି ମାଁ
ମତେ ତ ନାଇଁନ ଜନା।
ଦୟାକରି ମାଁ ବତେଇଦେ ମତେ
ନିକର ତନା ବନା।
ହୁକୁମ୍ ଦେଲେ ଦେବୀ ମାଁ ସମଲେଇ
ଶୁନ୍ ବଲରାମ ରଜା।
ପହେଲା ଦେ ମତେ ନୂଆଁ ଧାନ୍ ଚାଉଲ୍
ତାର୍ ସଙ୍ଗେ ପୂଜା ଧଜା।
ଭୁଦୋମାସେ କାହିଁ ପାଏସି ମାଁ ଗୋ
ଗଛେ ନି ଫୁଟିଛେ ଫୁଲ୍।
ହଟ୍ କରି ମତେ ବିଡୁଛୁ କାଏଁ ଗୋ
କରିଦେଲି କାଏଁ ଭୂଲ୍।
ଦେବୀ କହେଲେ ରଜା ବଲରାମ
ଉତ୍ତର ଦିଗକେ ଯାଆ।
ଅକର୍ଷିଆ ଭୂଇଁ ପାଚିଥିବା ଧାନ
ଝଟ୍ କରି ନେଇ ଆ ଆ।
ବୁଝାଇ କହୁଛେ କେନ୍ ପରକାରେ
ମାନ୍ ବୁ ତୁଇ ତିହାର୍।
ଲିପି ଘସି ପୁଛି ନିର୍ମଲ୍ କରି
ରଖ୍ ବୁ ଘର୍ ଦୁଆର୍।
ଭାବ୍ ମନେ ରଖି ମିତ ମହାପର୍ସାଦ
ଗାଁ ମାଁ କେ ଦେବୁ ବେଭାର୍।
ଅଢିଆ ଦେବୁ ଗରିବ୍ ଦୁଃଖିକେ
ସଭେ ମନାବେ ତିହାର୍।
ମାହେଜି ଟୁକେଲ୍ ସ୍ନାନଶୌଚ ହେଇ
ରନ୍ଧାବଢା ଦେଇ ସାରି।
ହଲ୍ ନଙ୍ଗଲ୍ ନେ ରାଖି ଟେ ବାନ୍ଧ୍ ବ
ମୋର୍ ନାଁ ସୁମରନା କରି।
ଧାନ୍ କ୍ଷେତେ ଯାଇ ରୁକ୍ ବ ଗୁରସ୍
ଜାଲିଦେବ ଘି ବତୀ।
ସୁମରନା କର୍ବ ମାଁ ଧରତୀ କେ
ହେଉଥିବା ଫଲବତୀ।
ନୂଆଁ ଶାଢୀ ପିନ୍ଧି ନୂଆଁ ହାଡି ସରାଇନେ
କର୍ବେ ଭୋଗ ପିଠାପନା।
ନୂଆଁ ଚାଉଲ୍ ଖୁଜିଚିନି ଗୁରସ୍ ମହୁ
ମିଶାବ ନଡିଆ ଛେନା।
ନୁଆଁ ଶାଗ ଯେତେ ମିଶାଇ ରାନ୍ଧିବେ
ପହେଲା ଚଢାବେ ମତେ।
ଖିରି ପୁରି ଭଜିଆ କାକରା ଅଏର୍ସା
ଚଢାବେ ଯାହାକେ ଯେତେ।
କୁରେଇଁପତର୍ ମହୁଲ୍ ଭେଲୁଆଁ
କରିଥିସତ୍ ବନେ ଠୁଲା।
ଧନୀ ଲୋକ ଜାନି ଥାଲି ନେ ଖାଏସନ୍
ଏକାସଙ୍ଗେ ଛୁଆପିଲା।
ପାଏନ୍ ଛଡାଇ ସୁମର୍ଣା କରି
ନୂଆଁ ଖା ମା ସମଲେଇ।
ଖିରିପିଠା ନେଇ ଗୁହାଲେ ଜମାସନ୍
ଖାଏସନ୍ ବଲଦ୍ ଦାମୁର୍ ଗାଈ।
ରିସ୍ ଅହଂକାର ସଭେ ଭୂଲିକରି
ପାଲ୍ ବ ନୂଆଁଖାଇ ପର୍ବ।
ଯାହାର୍ ଘରେ ଯାହା ପିଠାପନା ହେବା
ଘରେ ଘରେ ବାଁଟି ଦେବ।
ଯାହାକେ ଭେଟ୍ ବ ମୁଡିଆ ଟେ ମାରି
ନୂଆଁଖାଇ ଜୁହାର୍ କହେବ।
କୋଲାଗ୍ରତ କରି ଚୁମା ଦେଇକରି
ଆଶିର୍ବାଦ ଟିକେ ଦେବ।
ଜାତି ଧରମ୍ ଭୁଲି ଭାଇ ବନ୍ଧୁହେଇ
ତିହାର୍ ଟା ମନାଉଁଥିବ।
ଭାବର୍ ବନ୍ଧନ୍ କେ ଆଉ ଟିକେ ଆଟେଁ
ଫି ବଛର୍ ବାନ୍ଧୁଥିବ।
ଭଦୋ ମସର୍ ଶୁକଁ ପଞ୍ଚମୀନେ
ଗଣେଶପୂଜାର ବାସି ଦିନେ।
ସଭେ ମିଶିକରି ନୂଆଁଖାଇ ପରବ୍
ମନାବ ଉଷତ୍ ମନେ।
ନୂଆଁଖାଇ ଖାଲି ନୁହେଁ ଗୁଟେ ତିହାର୍
ଭାବର ବନ୍ଧନ ଗୁଟେ।
ଦୂରର ବନ୍ଧୁକେ ପାଖ୍କେ ଘିଚ୍ସି
ବାନ୍ଧିଦେସି ସୂତାଗୁଟେ।