ଶୀମା ଅରବିନ୍ଦ

ଶୀମା ଅରବିନ୍ଦ
ଧଳା କାଗଜର ହୃଦୟଟେ ଦିଅ ସ୍ବଚ୍ଛ ଆକାଶର ମନ। ନମ୍ର ଉଦାର ଉର୍ଦ୍ଧ ଚେତନା ବିଶାଳତା ଗୁଣେ ପୂର୍ଣ। ପବନର ପରି ବ୍ୟାପ୍ତ ପ୍ରସାରୀ ଝରପରି ଗତିଶୀଳ। ସୂର୍ଯ୍ୟ ରଶ୍ମିର ଉଜ୍ବଳ ଚିନ୍ତନ ଶୁଭେଚ୍ଛା ଜ୍ୟୋସ୍ନା ଶୀତଳ। ଉତ୍ତୁଙ୍ଗ ଗିରି ପରି ସ୍ଥିର ସଂକଳ୍ପ ଅଗ୍ନିଶିଖାର ଅଭୀପ୍ସା। କାମନା ହେଉ ପୁଷ୍ପ ସମ କୋମଳ ରହୀତ ଅସୂୟା ଇର୍ଷା। ମୋହ ମଦ ମିଥ୍ୟା କପଟ ଛଳନା ପ୍ରବଞ୍ଚନା ଠାରୁ ଦୂରେ। ବିନୟ ସୁକୁମାର ସ୍ନେହ ପ୍ରଣୟର ଗୁଣ ନେଇ ଆନନ୍ଦରେ। ହିନ ମାନ୍ୟତା କି ଅସହିଷ୍ଟୁ ଭାବ ପ୍ରତି ଦ୍ବନ୍ଦିତାରୁ ଦୂରେ। ଅନ୍ୟର ଗୁଣକୁ ସୌଭାଗ୍ୟ ଫଳକୁ ନମ୍ରେ ଖୁସିରେ ସ୍ବିକାରେ। ପ୍ରସସ୍ଥ ନମନୀୟ କର ଭାବଧାରା ସହଯୋଗୀର ପ୍ରବୃତ୍ତି। ଇର୍ଷା ପରାୟଣ ନ ହୁଏ ବେଭାରେ ଦୟା ଧର୍ମେ ପାଏ ଶାନ୍ତି। ଜଟିଳ କୁଟିଳ ପଙ୍କିଳ ପଥରେ ସରଳତା ମତେ ଦିଅ। ପ୍ରାଣ ଖୋଲା ହସ ମଧୁରିମା ଭାଷ ମୋ ତୁଣ୍ଡେ ସାଇତି ଥାଅ। ବିବେକକୁ ମୋର ଜାଗ୍ରତ କରାଅ ସଂଜତ ସଂଜମୀ କର। ଜ୍ଞାନର ଆଲୋକ ଜଳାଅ ଏତିକି ବିପଥରୁ ରକ୍ଷା କର। ବୋଝଟିଏ ମତେ କେବେ କରନାହିଁ ଛାଇଟିଏ କରିଦିଅ। ଅନ୍ୟର କାମରେ ଆସୁଥାଏ ସଦା ଜଳସମ ବିସ୍ତାରିଦିଅ। ଶ୍ରୀମା ଅରବିନ୍ଦ ପାଦେ ଥାଉ ମନ ଶାନ୍ତିର କପୋତ ହୋଇ। ଆଧ୍ୟାତ୍ମିକ ମାର୍ଗେ ଚଳୁଥାଏ ସଦା ଯୋଗୀ ଟିର ମନ ନେଇ। ଯେଉଁ ଯେଉଁ ମାର୍ଗ ଶିଖାଇ ଅଛନ୍ତି ସେ ପଥେ ଚାଲିବା ହେଉ। ଜଗତର ହୀତ ଆତ୍ମିକ ଉନ୍ନତି ବ୍ରତୀ ହୋଇ ଦିନ ଯାଉ। ଏ ସଂସାର ହେଉ ଆରୋଭିଲ ସଦୃଶ୍ୟ ପ୍ରତିମନେ ରହୁ ପ୍ରେମ। ଉତ୍ତମ ଭାବନା ଉତ୍ତମ ସଂପର୍କ ବୁଝନ୍ତୁ ଆତ୍ମାର ମାନ।

What's Your Reaction?

like

dislike

love

funny

angry

sad

wow