ସପନର ପଥିକ
ଜୀବନ ଚଲା ପଥର ନିରାଟ ସତ୍ୟ
ପୂରୁବେ ସୂରୁଯ ଉଇେଁ ନୂଆ ଆଶା ନେଇ
ପଶ୍ଚିମରେ ଡୁବିଯାଏ କିଛି ସ୍ମୃତି ଦେଇ,
ଦିନ ପରେ ରାତି ଆସେ ରାତି ଯାଏ ପାହି
ରାତି ଦିଏ କେତେ ସ୍ୱପ୍ନ ଆଖି ଥକେ ନାହିଁ
ରାତିର ସପନ ହୁଏ ସକାଳକୁ ପର
ଚ଼ାଲିଯାଏ ନିଦରୁ ସେ କାହିଁ କେତେ ଦୂର,
ଛାଡ଼ିଦେଇ ଯାଏ ମନେ କିଛି ସ୍ମୃତି ତାର
ସେ ସ୍ମୃତିରେ ବହିଚ଼ାଲେ ଜୀବନର ଧାର
କିଛି ସ୍ୱପ୍ନ ରହେ ଅଧା ପାହିଯାଏ ରାତି
ସମୟତ ରହେନାହିଁ ରାତି ଯାଏ ବିତି,
ସେ ସପନ ଦିଏ ମନେ ଭାବନାର ସ୍ମୃତି
କେବେ ଦିଏ ଶୀତ, ବର୍ଷା କେବେ ଖରା ତାତି
ସପନତ ମରୀଚି଼କା ଅନ୍ତ ତାର କାହିଁ
ଧରିବାକୁ ଇଚ୍ଛା ହେଲେ ଛୁଇଁ ହୁଏ ନାହିଁ,
ଚ଼ାଲିଯାଏ ସେ ସମୟ ମନେ ପ୍ରାଣ ଦେଇ
ସପନତ ସରେ ନାହିଁ ରାତି ଯାଏ ପାହି
ସ୍ୱପ୍ନ କିବା ହୁଏ ସତ ସମୟ ସେ ଜାଣେ
ଛିଞ୍ଚିଦିଏ କିଛି ରଙ୍ଗ ଏଇ ମନ ପ୍ରାଣେ,
ମନର ଏ ଭାବନାକୁ ପାଛୋଟି ସେ ଆଣେ
ସ୍ୱପ୍ନ ଦେଶେ ପଥିକ ଆଜି ଆମେ ଜଣେ