ଧନ୍ୟ ମୋ ଜୀବନ

ମୁଁ ଓଡ଼ିଆ ମୋ ଓଡ଼ିଶା

ଧନ୍ୟ ମୋ ଜୀବନ
ଓଡ଼ିଆ ପୁଅ ମୋ ଭାରି ସ୍ୱାଭିମାନ ମନେ ନାହିଁ ରାଗ ନାହିଁ ଅଭିମାନ ଏ ମାଟି ମୋ ପାଇଁ ତୁଳସୀ ଚ଼ନ୍ଦନ ଉତ୍କଳୀୟ ମୁଁ ଯେ ଧନ୍ୟ ମୋ ଜୀବନ ଓଡ଼ିଶା ମାଟିରେ କେତେ ବୀର ଜନ୍ମ ଏ ଜାତି ଦେଇଛି କେତେ ବଳିଦାନ ଏ ମାଟି ଧରିଛି କୀର୍ତ୍ତିରାଜି ମାନ ଉତ୍କଳୀୟ ମୁଁ ଯେ ଧନ୍ୟ ମୋ ଜୀବନ ଓଡ଼ିଶା ସଂସ୍କୃତି ସେ ପାଣି ପବନ ସେ ପବନ ଧ୍ୱନି ମୋ ଛାତି ସ୍ପନ୍ଦନ ଏ ମାଟି ବୁଝଇ ଅନୁଭବୀ ମନ ଉତ୍କଳୀୟ ମୁଁ ଯେ ଧନ୍ୟ ମୋ ଜୀବନ ଓଡ଼ିଆ ଭାଷାକୁ କରେ ମୁଁ ସମ୍ମାନ ପରିଚ଼ୟ ମୋର ଓଡ଼ିଶାର ଜନ ଏ ମାଟିରେ ଅଛି ଜୈନ, ବୁଦ୍ଧ ସ୍ଥାନ ଉତ୍କଳୀୟ ମୁଁ ଯେ ଧନ୍ୟ ମୋ ଜୀବନ ଓଡ଼ିଶା ଖୋଜେନି ସୁନା, ରୁପା, ଧନ ଓଡ଼ିଆ ଖୋଜଇ ହୃଦୟ ବନ୍ଧନ ଏ ମାଟିରେ ଅଛି ବିଦେଶର ଜ୍ଞାନ ଉତ୍କଳୀୟ ମୁଁ ଯେ ଧନ୍ୟ ମୋ ଜୀବନ ଆମ ଇତିହାସ, କଳା ଓ ବିଜ୍ଞାନ ବିଶ୍ୱେ ପରିଚ଼ିତ ନାହିଁ ତା ସମାନ ଏ ମାଟି ବକ୍ଷରେ ସବୁ ବିଦ୍ୟମାନ ଉତ୍କଳୀୟ ମୁଁ ଯେ ଧନ୍ୟ ମୋ ଜୀବନ ଶୁଣହେ ଓଡ଼ିଆ ବନ୍ଧୁ ପରିଜନ ଓଡ଼ିଶା ଗୌରବ ନକର ପତନ ଏ ମାଟିରେ ଜନ୍ମ ତୁମେ ତା ସନ୍ତାନ ଉତ୍କଳୀୟ ମୁଁ ଯେ ଧନ୍ୟ ମୋ ଜୀବନ

What's Your Reaction?

like

dislike

love

funny

angry

sad

wow