ବର୍ଷା

ବର୍ଷା
ଲଗାଣ ବର୍ଷାର ରାତିରେ। ଏକ ଲଗାଣ ବର୍ଷାର ରାତିରେ ସାଇଁ ସାଇଁ ବତାସ ଓ ବତୀହିନ ଅନ୍ଧାର ଭିତରେ ଦୁଇଟି ପରିବାରର ଜୀବନ ଚିତ୍ରଣ। ଜଣେ ରହେ ଝୁମ୍ପୁଡିରେ ଆବୁରୁ ଜାବୁରୁ କଚରା ଭିତରେ ଆଉ ଜଣେ ରହେ ଫିନ୍ ଫିନ୍ ଧଳା ଶଙ୍ଖମର୍ ମର୍ ତିଆରି ନଭଶ୍ଚୁମ୍ବୀ ପ୍ରାସାଦରେ। ଦୁଇଦିନର ଲଗାଣ ଝଡିରେ ଯାଇନାହିଁ ଶ୍ରମିକଟି ପାଇଟିକୁ। କାମବନ୍ଦ ଅଛି ବର୍ଷାପାଇଁ ଆଉ କିଛି ନାହିଁ ରାନ୍ଧିବାକୁ। ପିଲା ଦୁଇଟି ଭୋକ ଉପାସରେ ଏଯାଏ କିଛି ପଡିନି ପେଟରେ। ବର୍ଷା ବୁନ୍ଦା ଝରେ ଛପରରୁ ଝରେ ପୁଣି ଆଖିର କୋଣରୁ। ମାଁ ନିନ୍ଦେ ଝଡି ବରଷାକୁ କବେେ ନିନ୍ଦେ ନିଜ କପାଳକୁ। ହା ଅନ୍ନର ମନ୍ତ୍ରଉଚ୍ଚାରଣ କ୍ଷଣ କ୍ଷଣ ମେଘର ଗର୍ଜନ। ତନ୍ଦ୍ରାରତ ନୀରବ ବିଜନେ କଁ କଁ ଖାଲି ପେଟର ଗର୍ଜନ। ଓଦା କନା ଜାକି ଶୋଇବାକୁ କେମିତି କହିବ ମାଁ ତା ଛୁଆଙ୍କୁ। ସେମିତି କ୍ଷଣର ଅନୁଭବ କିଏ କି ଚାହିଁଛି ଜାଣିବାକୁ। ମେଘ ଦୁନ୍ଧୁଭିର ତାଳେ ତାଳେ ଇନ୍ଭଟର୍ ର ବତୀ ଆଳୁଅରେ। କେହି ଜଣେ ପାର୍ସଲ୍ ଆଣିଦିଏ ଚିକେନ୍ ମସ୍ରୁମ୍ ପନୀର ସଙ୍ଗରେ ଗରମ୍ ରୋଟି ନାନ୍ ଥୋଇଯାଏ ମୃଦୁ ପାନୀୟର ସଙ୍ଗତରେ। ଖଣ୍ଡ ଖଣ୍ଡ ଛିଣ୍ଡାଇ ମଜାରେ କିଏ ଭୋକ ଶାନ୍ତ କରୁଥାଏ। ଆଉ କିଏ ହାତେ ଜାକି ପେଟକୁ ଭୋକକୁ ତାର ହତ୍ୟା କରୁଥାଏ। ରାତ୍ରୀର ଏ ଲଗାଣ ବର୍ଷାରେ ଝମ୍ ଝମ୍ ବର୍ଷାର ନାଚରେ କିଏ ରତି ସୁଖ ଭୋଗୁଥାଏ। ଆଉ କିଏ ଭୋକ ବ୍ୟାଧିରେ ଜୀବନ ଜୀଉଁଥାଏ।

What's Your Reaction?

like

dislike

love

funny

angry

sad

wow