ପିତୃପକ୍ଷର ମହତ୍ତ୍ବ
ପିତୃପକ୍ଷରେ ପିତୃଙ୍କୁ ପୂଜିବାର ପ୍ରଥା
କାହାଣୀ ସଂଗେ ରହିଛି ଅନେକ ଲୋକକଥା।
ଆଶ୍ବିନର କୃଷ୍ଣପକ୍ଷ ପ୍ରତିପତା ଠାରୁ
ଆରମ୍ଭ ହୁଏ ଏ ପର୍ବ ପୂରୁଣା କାଳରୁ।
ଶ୍ରାଦ୍ଧ ଦାନ ବସ୍ତ୍ର ସଂଗେ ଭୋଜନର ପ୍ରଥା
କହିଅଛି ପୁରାଣରେ ରହିଛି ମାନ୍ୟତା।
ଗାଈ କାଉ ବ୍ରାହ୍ମଣକୁ ଭୋଜନାଦି ଦେଲେ
ପିତୃମାନେ ତୃପ୍ତହୋଇ ରହନ୍ତି ସୁଖରେ।
ତାଙ୍କ ଆଶିର୍ବାଦ ବଳେ ସୁଖ ବୃଦ୍ଧି ହୁଏ।
ଅଭିଶାପ ଦେଲେ ବଂଶନାଶ ହୋଇଯାଏ।
ମହାଭାରତ ଯୁଗର କର୍ଣ ଦାନବୀର।
ଦାନ କରୀଥିଲେ ଧନ ସୁବର୍ଣ୍ଣ ଭଣ୍ଡାର।
ଯୁଦ୍ଧ କରୁକରୁ ଯେବେ କଲେ ଦେହତ୍ୟାଗ
ସ୍ବର୍ଗରାଜ୍ୟେ ମିଳିଲାନି ତାଙ୍କୁ ଅନ୍ନଭୋଗ।
ହିରା ନୀଳା ସୁନା ମୋତି ଖାଦ୍ୟର ଜାଗାରେ
ମିଳୁଥିଲା ତାଙ୍କପାଇଁ ସ୍ବର୍ଗର ରାଜ୍ୟରେ।
ଅନ୍ୟମାନେ ସୁଖକର ଅନ୍ନର ବ୍ୟଞ୍ଜନ
ଉପଭୋଗ କରୁଥିଲେ ପସନ୍ଦ ଭୋଜନ।
କର୍ଣ ପଚାରିଲେ ଏ ପାର୍ଥକ୍ୟ କାହିଁପାଇଁ
ଦାନବୀର ନାମେ ତାଙ୍କୁ ଜଗତ ଜାଣଇ।
ଇନ୍ଦ୍ର କହିଲେ କର୍ଣ ତୁମେ ଅନେକ ଦାନ କଲ
ପିତୃ ପୁରୁଷଙ୍କ କେବେ ଅନ୍ନଟେ ନ ଦେଲ।
ହିରା ନୀଳ ମୋତି ଯାହା ଦାନ କରିଥିଲ
ସେହିସବୁ ପ୍ରତିଦାନେ ତୁମେ ପ୍ରାପ୍ତହେଲ।
ଖାଦ୍ୟଦାନାଟିଏ ଯଦି ଦାନ କରିଥାନ୍ତ
ଭୋକ ଉପାସର କଷ୍ଟ ଆଜି ନ ସହନ୍ତ।
ତୁମ ପିତୃ ଅସନ୍ତୁଷ୍ଟ ତୁମରି ଉପରେ
ପୁଣିଥରେ ମର୍ତ୍ତ୍ବେଯାଇ ତୁଷ୍ଟକର ତାରେ।
କର୍ଣ ପୁଣି ଫେରିଥିଲେ ପୃଥିବୀ ମାଟିରେ
ପିଣ୍ଡଦାନ ଶ୍ରାଦ୍ଧଦେଲେ ସେ ପିତୃପକ୍ଷରେ।
ତେବେ ଯାଇ ପିତୃକୁଳ ଶାନ୍ତି ଲଭିଥିଲେ।
ସ୍ବର୍ଗରାଜ୍ୟେ କର୍ଣ ସବୁ ମାନ୍ୟତା ପାଇଲେ।
ଆଉ ଏକ କାହାଣୀ ରହିଛି ଏହପରି
ଯୋଗେ ଭୋଗେ ଭାଇ ଥିଲେ ଗୋଟିଏ ଗାଁରେ।
ଯୋଗେଥିଲା ବିତ୍ତଶାଳୀଭୋଗେ ଟା ଗରିବ।
ସୁଖ ଦୁଃଗ ଭୋଗୁଥିଲେ ଘେନି ନିଜଭାଗ୍ୟ।
ଯୋଗେ ର କାମିନୀ ଗର୍ବି ଭୋଗେର ସରଳ
ଜଣେ ମଦମତ୍ତ ହେଲେ ଜଣେ ନିରିମଳ।
ପିତୃପକ୍ଷ ଆସିବାରୁ ଯୋଗେର ଗୃହିଣୀ
ପାଳିବାକୁ ସ୍ଥିରକଲା ପଡୋଶିଠୁ ଶୁଣି।
ଯଦିଓ ମନରେ ତାର ଶ୍ରଦ୍ଧାଭକ୍ତି ନାହିଁ
ଲୋକଲଜ୍ଜ୍ବାପାଇଁ ସିଏ ଏହାକୁ ପାଳଇ।
ନିଜ ମାତୃପିତୃ ଡାକି ପିଟିବ ଡିଣ୍ଡିମ
ଏହାଭାବି ପାଳିବାକୁ କରିଲା ଉଦ୍ୟମ।
ହେଲେ ଏକା କରିବାର ନାହିଁତା ସାହସ
ଦେଓରାନି କୁ ଡାକିଲା ସାହାଯ୍ୟ ପାଇଁଆସ।
ବିନୟୀ ଶାନ୍ତ ସରଳା ଭୋଗେର ରମଣୀ
ଶ୍ରାଦ୍ଧ କାମରେ ଯାଆକୁ ବାଣ୍ଟିଲା ତା ପାଣୀ।
ନା ନା ପ୍ରକାର ବ୍ୟଞ୍ଜନ ପୂଜା ସଜକରି
ଆପଣା ଗୃହକୁ ଗଲାଶ୍ରାଦ୍ଧ ସଜକରି।
ହେଲେ ଦରିଦ୍ରତା ହେତୁ କିଛି ନ ପାଇଲା
ଅଙ୍ଗାରରେ ଘିଅଗୁଡ ଦେଇ ପୂଜାକଲା।
ପିତୃମାନେ ପୂଜା ପାଇଁ ମର୍ତ୍ତ୍ୟକୁ ଆସିଲେ
ଯୋଗେ ର ଘରେ ପଶୁ୍ଣୁ ଯାହା ସେ ଦେଖିଲେ।
ଶଶୁର ଶାଳକ ମିଶି ଭୋଜନ ଗିଳନ୍ତି
ପିତୃପାଇଁ କିଛି ଖାଦ୍ୟ ସଜାଡି ନାହାଁନ୍ତି।
ଭୋଗେର ଘରକୁ ଯାଇ ଦୁଆରେ ଦେଖିଲେ
ଅଙ୍ଗାରର ଘୃତଗୁଡ ବାସ୍ନାକୁ ଶୁଙ୍ଘିଲେ।
ଅତୃପ୍ତ ଉପାସ ହୋଇ ପୁଣି ଫେରିଗଲେ
ଯୋଗେ କୁ ଦରିଦ୍ର ହୁଅ ଅଭିଶାପ ଦେଲେ।
ଭୋଗେ ର ଅଭାବୀ ପଣ ତାଙ୍କୁ ଜଣାଥିଲା
ଧନବାନ ହେବାର ଆଶିର୍ବାଦ ମିଳିଗଲା।
ଭୋଗେର ସନ୍ୟତାନ ଯେବେ ମାଗିଲେ ଖାଇବୁ
ମାଁ କହିଲା ବାପ ଯା ହାଣ୍ଡିରେ ଦରାଣ୍ଡିବୁ।
ପିଲାଏ ଯେବେ ଦରାଣ୍ଡିଲେ ହାଣ୍ୟଡିର ଭିତରେ
ସୁନାର ମୋହର ଭର୍ତି ହାଣ୍ଡିର ଭିତରେ।
ସୁନାପାଇ ଧନୀହୋଇ ରହିଲେ ସୁଖରେ
ଆରବର୍ଷେ ପିତୃପକ୍ଷେ ପୂଜିଲେ ଭଲରେ।
ପିତୃମାନେ ଖୁସିହୋଇ ଆଶିର୍ବାଦ ଦେଲେ
ସର୍ବ କୁଶଳରେ ତାକୁ ସୁଖରେ ରଖିଲେ।
ଆହୁରି ଏକ କାହାଣୀ ରହିଛି ଏମିତି
ଆତ୍ମଦେବ ନାମରେ ଥିଲା ଏକ ଯତି।
ହେଲେ ତା ପତ୍ନୀ ଭାଗ୍ୟରେ ନଥିଲା ସନ୍ତତି
ସେଥିପାଇଁ କଷ୍ଟପ୍ରଦ ଥିଲା ମନସ୍ଥିତି।
ଏକଦିନେ ଏକ ସନ୍ୟାସୀ ଆସିଥିଲେ।
ଆତ୍ମଦେବର ଗୁହାରି ଶୁଣି ସେ ଜାଣିଲେ।
ଫଳଟିଏ ଦେଲେ ତାକୁ ପତ୍ନୀକୁ ଦେବାପାଇଁ
ସନ୍ୟତାନବତୀ ହୋଇବ ଫଳଦେଲେ ଖାଇ।
ଆତ୍ମଦେବ ଫଳନେଇ ସ୍ତ୍ରୀ ହାତେ ଦେଲା
ରୂପ ହାନିହେବ ବୋଲି ସ୍ତ୍ରୀ ନ ଖାଇଲା।
ନିଜ ଭଉଣୀକୁ ଦାନ କରିଦେଲା ଫଳ।
ଅନ୍ତସତ୍ତ୍ବା ଥିଲା ଆଗୁ ଭଉଣୀ ତାହାର।
ସେଥିପାଇଁ ସେ ଫଳକୁ ଗାଈକୁ ଦେଇଦେଲା
ଫଳଟିକୁ ଖାଇ ଗାଈ ପୁତ୍ରବତୀ ହେଲା।
ଗୋକର୍ଣ ନାମରେ ଜନ୍ମ ଗୋଟିଏ ସନ୍ତାନ
ମଣିଷ ଶରୀର ହେଲେଗୋରୁଙ୍କର କର୍ଣ।
ଭଉଣୀ ତା ଧୁନ୍ଦୁକାରି ସନ୍ତାନକୁ ଜନ୍ମ ଦେଲା
ଭଉଣୀର ସନ୍ତାନକୁ ଧୁନ୍ଦୁଲି ପାଳିଲା।
ଗୋକର୍ଣ ଶାନ୍ୟତ ସ୍ବଭାବ ଋଷି ପାଲଟିଲା।
ଦୁନ୍ଦୁକାରି ଚୋରଖଣ୍ଟ ହୋଇ ବାହାରିଲା।
ରାଜକୋଷ ଚୋରି କରି ବେଶ୍ୟାରଳୟରେ
ଧନ ନେଇ ଧୁନ୍ଦୁକାରି ରହିଲା ସେଠାରେ
ରଜଧପ ଚୋରିକଥା ଜାଣିଲେ ରାଜନ
ଚୋର ସଂଗେ ମୋର ବି ନାହିଁ ପରିତ୍ରାଣ।
ଏହାଭାବି ବେଶ୍ୟାତାକୁ ହତ୍ୟାକରାଇଲା
ପ୍ରେତଯୋନି ପାଇ ଦୁନ୍ଧୁକାରି ଘାଣ୍ଟିହେଲା।
ଗୋକର୍ଣ କୁ ବତାଇଲା ଦୁଃଖର କାହାଣୀ
ଭାଗବତ ଶୁଣାଇ ମୋକ୍ଷ ଦିଅ ପ୍ରେତଯୋନି।
ଗୋକର୍ଣ ଭାଗବତର ପଠନ କରିଲା
ଭାଗବତ ଶୁଣି ଧୁନ୍ଦୁକାରି ମୁକ୍ତିହେଲା।
ଏହିପରି ଅନେକ ପିତୃ ଲୋକର କାହାଣୀ
ରହିଅଛି ପୁରାଣରେ ଲେଖିଛନ୍ତି ମୁନୀ।
କୃଷ୍ଣ ଜମ୍ବବନ୍ତ ଶ୍ୟାମନ୍ତକ ମଣି ପାଇଁ
ଲଢୁଥିଲେ ପାତାଳରେ କୃଷ୍ଣ ଗଲେ ଶୋଇ
ଜାମ୍ବବନ୍ତ ମାଡିବସି ତାଙ୍କୁ ମାରୁଥିଲେ।
ଶକ୍ତିହିନ ହୋଇ ପ୍ରଭୁ ଲଢି ନ ପାରିଲେ।
ତ୍ରେତୟାରେ ପ୍ରଭୁ ସଂଗେ ଲଢିବା ସଂକଳ୍ପ
ଅପୁରା ଥିଲା ପୂର୍ଣକଲେ ଦ୍ବାପରେ ସେତକ।
ଗୋଟିଏ ବରଷ ପରେ ପିତୃପକ୍ଷ ଜାଣି।
ପୁତ୍ରହାତେ ଶ୍ରାଦ୍ଧଦାନ କରିଲେ ରୁକ୍ମିଣୀ।
ପୁଅହାତୁପିତୃପୂଜା ପାଇ ଶକ୍ତହେଲେ
ଜାମ୍ବବନ୍ତ କୁ ଓଲଟି ହାର ଚଟାଇଲେ।
ଆଉ ଏକ କାହାଣୀ ରହିଛି ଗୟାସୁର।
ତପସ୍ୟାରେ ବର ପାଇ ଥିଲା ସେ ଅସୁର।
ଯିଏ ତାକୁ ଦେଖିଲେ ଅମର ହୋଇଯିବ।
ମରଣ ମୃତ୍ୟୁ ତା ପାଖେ ଆସି ନ ପାରିବ।
ତାକୁ ଦେଖି ଯମରାଜ୍ୟ ଶୁନ୍ୟ ପଡିଗଲା
କେହି ମୃତବ୍ୟକ୍ତି ସମନ ନଫେରିଲା।
ବ୍ରହ୍ମା ଭାଲେଣିରେ ପଡି କହିଲେ ଅସୁରକୁ
ପବିତ୍ର ତୋ ଦେହେଇଛା ଏକ ଯଜ୍ଞ କରିବାକୁ।
ରାଜିହୋଇ ଅସୁର ତା ଦେହ ଦାନକଲା।
ଦେହ ଉପରେ ଏକ ପ୍ରେତଶିଳା ରଖାହେଲା।
ଦେବତାଏ ବସି ତହିଁ ଯଜ୍ଞ ଆରମ୍ଭିଲେ।
ଟଳମଳ ହେବାଦେଖି ବିଷ୍ଣୁଙ୍କୁ ଡାକିଲେ।
ବିଷ୍ଣୁ ଆସି ଉପବେସନ ହେଲେ ଶିଳାରେ।
ଟଳମଳ ବନ୍ଦ ହେଲା ରହିଲା ସ୍ଥିରରେ।
ଅରାଧ୍ୟଙ୍କୁ ପାଇସିଏ ମାଗିଲା ଏକ ବର।
ପିତୃପୂଜା କଲେ ଏଠି ମୋକ୍ଷହେବ ତାର।
ଗୟାସୁର ନାମରେ ସ୍ଥାନର ନାମ ହେବ।
ଶ୍ରାଦ୍ଧଦେଲେ ଏଠି ପ୍ରେତଆତ୍ମା ମୋକ୍ଷହେବ।
ପିତୃପକ୍ଷରେ ଗୟାଯାଇ କଲେ ଶ୍ରାଦ୍ଧକର୍ମ।
ଅନେକ ପୁଣ୍ୟ ଅର୍ଜନ ସଂଗେ ମିଳେ ଧର୍ମ।
ଗୃହରେ ଗୟାନାମସ୍ମରି କଲେ ପିତୃପୂଜା
ପିତୃଶାନ୍ତି ପାଇଥାନ୍ତି ଖୋଲେ ମୋକ୍ଷ ଦରଓ୍ବାଜା।
ବନବାସେ ସୀତାଦେବୀ ଦେଇଥିଲେ ଶ୍ରାଦ୍ଧ
ଦଶରଥ ଘେନିଥିଲେ ରହିଛି ପ୍ରବାଦ।
ଏମିତି କହାଣୀ ନେଇ ହିନ୍ଦୁଙ୍କର କଥା।
ପୁରାଣର ପ୍ରତିକଥା ଦିଏ ଏକ ବାର୍ତ୍ତା।