ଧନ୍ୟ ମୋ ଜୀବନ
ମୁଁ ଓଡ଼ିଆ ମୋ ଓଡ଼ିଶା
ଓଡ଼ିଆ ପୁଅ ମୋ ଭାରି ସ୍ୱାଭିମାନ
ମନେ ନାହିଁ ରାଗ ନାହିଁ ଅଭିମାନ
ଏ ମାଟି ମୋ ପାଇଁ ତୁଳସୀ ଚ଼ନ୍ଦନ
ଉତ୍କଳୀୟ ମୁଁ ଯେ ଧନ୍ୟ ମୋ ଜୀବନ
ଓଡ଼ିଶା ମାଟିରେ କେତେ ବୀର ଜନ୍ମ
ଏ ଜାତି ଦେଇଛି କେତେ ବଳିଦାନ
ଏ ମାଟି ଧରିଛି କୀର୍ତ୍ତିରାଜି ମାନ
ଉତ୍କଳୀୟ ମୁଁ ଯେ ଧନ୍ୟ ମୋ ଜୀବନ
ଓଡ଼ିଶା ସଂସ୍କୃତି ସେ ପାଣି ପବନ
ସେ ପବନ ଧ୍ୱନି ମୋ ଛାତି ସ୍ପନ୍ଦନ
ଏ ମାଟି ବୁଝଇ ଅନୁଭବୀ ମନ
ଉତ୍କଳୀୟ ମୁଁ ଯେ ଧନ୍ୟ ମୋ ଜୀବନ
ଓଡ଼ିଆ ଭାଷାକୁ କରେ ମୁଁ ସମ୍ମାନ
ପରିଚ଼ୟ ମୋର ଓଡ଼ିଶାର ଜନ
ଏ ମାଟିରେ ଅଛି ଜୈନ, ବୁଦ୍ଧ ସ୍ଥାନ
ଉତ୍କଳୀୟ ମୁଁ ଯେ ଧନ୍ୟ ମୋ ଜୀବନ
ଓଡ଼ିଶା ଖୋଜେନି ସୁନା, ରୁପା, ଧନ
ଓଡ଼ିଆ ଖୋଜଇ ହୃଦୟ ବନ୍ଧନ
ଏ ମାଟିରେ ଅଛି ବିଦେଶର ଜ୍ଞାନ
ଉତ୍କଳୀୟ ମୁଁ ଯେ ଧନ୍ୟ ମୋ ଜୀବନ
ଆମ ଇତିହାସ, କଳା ଓ ବିଜ୍ଞାନ
ବିଶ୍ୱେ ପରିଚ଼ିତ ନାହିଁ ତା ସମାନ
ଏ ମାଟି ବକ୍ଷରେ ସବୁ ବିଦ୍ୟମାନ
ଉତ୍କଳୀୟ ମୁଁ ଯେ ଧନ୍ୟ ମୋ ଜୀବନ
ଶୁଣହେ ଓଡ଼ିଆ ବନ୍ଧୁ ପରିଜନ
ଓଡ଼ିଶା ଗୌରବ ନକର ପତନ
ଏ ମାଟିରେ ଜନ୍ମ ତୁମେ ତା ସନ୍ତାନ
ଉତ୍କଳୀୟ ମୁଁ ଯେ ଧନ୍ୟ ମୋ ଜୀବନ